ଟ୍ରକ ଧକ୍କାରେ ଓଲଟିଲା ଯାତ୍ରାବାହୀ ବସ୍ !

ନୀଳଗିରିରେ ଏକ ଚଳନ୍ତା ବସକୁ ଧକା ଦେଲା ଟ୍ରକ । ଘଟଣାସ୍ଥଳରେ ଯାତ୍ରୀବାହୀ ବସଟି ଓଲଟି ପଡିଛି । ଯାହାଦ୍ୱାରା ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ତେବେ ବସଟି ବାଲେଶ୍ଵରରୁ ଉଦଳା ଯାଉଥିବା ଜଣାପଡିଛି । ବସରେ ମୋଟ 15ରୁ 20 ଯାତ୍ରୀ ଥିବା ନେଇ ଜଣାପଡିଛି । ନୀଳଗିରି ସେରଗଡ ଝରଣାଘାଟି ରାସ୍ତାର ଦେବଜାନି ଛକରେ ଏହି ଅଘଟଣ ଘଟିଛି । ତେବେ ବର୍ତ୍ତମାନ ଯାଏଁ ଉଦ୍ଧାର କାର୍ଯ୍ୟ ଚାଲିଛି । ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଗୁରୁତରମାନଙ୍କୁ ପାଖ ଚିକିତ୍ସାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)