୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା; ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ କାର୍।

୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ବଡ ସଡ଼କ ଦୁର୍ଘଟଣା । ବାଲୁଗାଁ-ବାଣପୁର ଓଭର ବ୍ରିଜ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି । ଯେଉଁଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ଖବର ମୁତାବକ, କାରଟି ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଏକ ହାଇଓ୍ବା ପଛ ପଟରୁ ଆସି କାରର ଡାହାଣ ପାର୍ଶ୍ଵକୁ ଧକା ଦେଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା। ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରରେ ଥିବା ଡ୍ରାଇଭର ସହ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ହାଇଓ୍ୱା ଚାଳକ ଓ ହେଲପରକୁ ଅଟକ ରଖ୍ ତଦନ୍ତ ଜାରି ରଖିଛି । ଉଭୟ କାର ଓ ହାଇଓ୍ୱାର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି.

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)