FM କଲେଜ ଛାତ୍ରୀ ଜୀବନ ହାରିବା ଉଦ୍ୟମ ମାମଲାରେ ସିସିଟିଭିରେ କଏଦ ହୋଇଥିବା ୨ ଛାତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ ।

ହଟିବ ବାଲେଶ୍ୱର FM କଲେଜ ଛାତ୍ରୀ ଜୀବନ ହାରିବା ଉଦ୍ୟମ ସସପେନ୍ସ । ଛାତ୍ରୀଙ୍କ ମୃତ୍ୟୁ ପ୍ରକୃତରେ ଅଧ୍ୟାପକଙ୍କ ଦ୍ଵାରା ନିର୍ଯାତନା ନା କାହା ପ୍ରରୋଚନାରେ ହୋଇଛି ଏବେ ଘଟଣା ଉପରୁ ପରଦା ହଟିବ । ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ବେଳେ ସିସିଟିଭିରେ କଏଦ ହୋଇଥିବା ୨ ଛାତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ବିଏନଏସର ୧୮୩ ଧାରା ଅନୁଯାୟୀ ବୟାନ ରେକର୍ଡ ହୋଇଛି । ଏମାନଙ୍କ ବୟାନ ଘଟଣା ଉପରୁ ପରଦା ହଟାଇପାରେ ବୋଲି ଅନୁମାନ କରାଯାଉଛି । ଦୁଇ ଛାତ୍ରୀଙ୍କ ଠିକଣା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଏକ ଫଟୋ ଜାରି କରିଥିଲା । କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ପାଇଁ ଚରମ ପଦକ୍ଷେପ ନେଲେ । ଛାତ୍ରୀଙ୍କୁ କିଏ ଉସ୍କାଇଥିଲା କି ? ଘଟଣାର ଖିଅ ଖୋଜିବା ପାଇଁ କ୍ରାଇମ୍ ବ୍ରାଞ୍ଚ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଜଣଙ୍କୁ ପଚରାଉଚରା କରିଛି । ୬ ଜଣଙ୍କ ମୋବାଇଲକୁ ମଧ୍ୟ ସିଜ୍ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)