ଅକ୍ଷର ବ୍ୟୁରୋ: ଅପ୍ରେଲ୍ ୧୬ରୁ ଓଡ଼ିଶାରେ ଜନଗଣନା । ଏଥର ପ୍ରଥମଥର ପାଇଁ ହେବ ଡିଜିଟାଲ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଗଣନାକାରୀମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ । ଏଥର ପ୍ରଥମଥର ପାଇଁ ଡିଜିଟାଲ ଭାବରେ ଜନଗଣନା ହେବା ସହିତ ସେଲଫ-ଏନୁମେରେସନ ପୋର୍ଟାଲ ମାଧ୍ୟମରେ ଲୋକମାନେ ନିଜେ ମଧ୍ୟ ତଥ୍ୟ ଦେଇପାରିବେ । ରାଜ୍ୟର ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ । ରାଜ୍ୟରେ ଜନଗଣନ ପାଇଁ ୧ ଲକ୍ଷରୁ ଅଧିକ ଗଣନାକାରୀ ଓ ୧୭ ହଜାରରୁ ଅଧିକ ସୁପରଭାଇଜର ନିଯୁକ୍ତ ହେବେ । ୯୧ଟି ଏନଏସି, ୪୮ଟି ମୁନସିପାଲଟି, ୫ଟି ମୁନସିପାଲଟି କର୍ପୋରେସନ ଓ ୨ଟି ଇଣ୍ଡଷ୍ଟ୍ରିଆଲ୍ ଟାଉନ୍ରେ ଗୃହଗଣା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟ ଚାଲିବ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ କାମ କରିବେ ।
ଆସନ୍ତା ୨୦୨୭ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜନଗଣନା ଅଧିକାରୀ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କ ତତ୍ୱାବଧାନରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶିବିରକୁ ମାଷ୍ଟର ଟ୍ରେନର ଭାବେ ଅଧ୍ୟାପକମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ତାଲିମ ୩ଟି ପର୍ଯ୍ୟାୟରେ ହେବା ନେଇ ସୂଚନା ମିଳିଛି । କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ସମେତ ତହସିଲ କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।












Leave a Reply