ଅକ୍ଷର ବ୍ୟୁରୋ: ନୂଆପଡା ଉପନିର୍ବାଚନ ଭୋଟରଙ୍କ ପାଖରେ ପହଁଞ୍ଚିବାକୁ ସବୁ ଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ । ଏହାସାଙ୍ଗକୁ ହେଭିଓେଟଙ୍କୁ ମୈଦାନକୁ ଓହ୍ଲାଇ ଭୋଟ ହାତେଇବାକୁ ବ୍ଲୁପ୍ରିଣ୍ଟ ବନାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଜେପି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରୁଥିବା ବେଳେ ୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ପ୍ରଚାର ମୈଦାନକୁ ଓହ୍ଲାଇବେ । ଏହାପରେ ୮ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଆଉ ଏକ ପ୍ରଚାର କାର୍ଯ୍ୟକ୍ରମ ରହିଛି । ନୂଆପଡାରେ ଧୂଆଁଧାର ପ୍ରଚାର ପାଇଁ ବ୍ଲୁପ୍ରିଣ୍ଟ । ମୈଦାନକୁ ଓହ୍ଲାଇବେ ହେଭିଓେଟ ନେତା । ପ୍ରଚାରକୁ ଆଉ ୪ ଦିନ ବାକି ଥିବାବେଳେ ୩ ପ୍ରମୁଖଦଳ ଏବେ ନିଜର ଟ୍ରମ୍ପକାର୍ଡ ଖେଳିବା ଯୋଜନାରେ ଅଛନ୍ତି । ମୈଦାନରେ ଘମାଘୋଟ ଲଢ଼େଇ ପାଇଁ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି ଦଳର ବଡ ଚେହେରା ।
ନୂଆପଡା ଉପନିର୍ବାଚନ ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।












Leave a Reply