ଆଜି ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅକ୍ଷର ବ୍ୟୁରୋ: ଉଠୁଛିପଡୁଛି ନୂଆପଡ଼ା ନିର୍ବାଚନ ପ୍ରଚାର । ଡୋର ଟୁ ଡୋର କ୍ୟାମ୍ପେନିଂ ଓ ରୋଡ ଶୋରେ କମ୍ପୁଛି ମୈଦାନ । ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ୟାମ୍ପେନର । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢେ ୧୧ଟାରେ ପ୍ରଥମେ କୋମନାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ ସୋ କରିବେ । ପରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପଞ୍ଚମପୁରରେ ସାଧାରଣ ସଭାରେ ଯୋଗ ଦେବେ । ଗୋଟିଏ ଦିନରେ ଦୁଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନୂଆପଡ଼ା ଉପନିର୍ବାଚନ ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ଦର୍ଶାଉଛି । ନୂଆପଡ଼ା ବ୍ଲକରେ ବୋଇରିଭାଡି ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରଚାର କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ଲୋକେ ଆର୍ଶୀବାଦ କରିବେ ବୋଲି କହିଛନ୍ତି ଜୟ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)