ଅକ୍ଷର ବ୍ୟୁରୋ: ଆଜି ବସିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ଅନୁଷ୍ଠିତ ହେବ ଏହି ବୈଠକ । ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭିସି ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ଆଲୋଚନା । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସବୁଠି ଗ୍ୟାସ ଓ ତୈଳ ସଙ୍କଟ ସୃଷ୍ଟି ହୋଇଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଲୋକ ମାନେ ଗ୍ୟାସ୍ ଏଜେନ୍ସି, ପେଟ୍ରୋଲ ପମ୍ପ ଆଗରେ ଭିଡ଼ ଜମାଉଛନ୍ତି । ଏସବୁ ଉପରେ ମୁଖ୍ୟମନ୍ତ୍ରୀ ବୈଠକରେ ବିଚାର ବିର୍ମଶ କରିପାରନ୍ତି ।
ଆଜି ବସିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।












Leave a Reply