ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଏହି କାରଣରୁ ଶହେରୁ ଅଧିକ ଅଟୋ ଡ୍ରାଇଭର କ୍ୟାପିଟାଲ ହସ୍ପିଟାଲ ଘେରାଓ କରିଛନ୍ତି । ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତଶିଶୁର ବାପା । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ ଦାବିରେ ପ୍ରତିବାଦ କରୁଛନ୍ତି ।
ସୂଚନା ଅନୁସାରେ, ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ତେବେ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇଥିଲେ । ଶିଶୁର ମୃତ୍ୟୁ ହେବା ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲି ଯାଇଥିଲେ । ଏହାପରେ ଯେଉଁ ଡାକ୍ତର ଆସିଥିଲେ ସେ ଭୁଲ ମେଡ଼ିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି ।












Leave a Reply