ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅକ୍ଷର ବ୍ୟୁରୋ: ମହାରାଷ୍ଟ୍ର ବାରାମତୀରେ ବଡ଼ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପରଲୋକ । ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଘଟଣା । ଶ୍ରୀ ପାଓ୍ବାର ଏକ ପ୍ରମୁଖ ରାଜନେତା ତଥା ସମର୍ପିତ ଜନସେବକ ଥିଲେ । ଏହି ଗଭୀର ଦୁଃଖର ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାର, ସହକର୍ମୀ ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦିବଙ୍ଗତ ଆତ୍ମାକୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ । ସୂଚନା ଅନୁସାରେ, ମହାରାଷ୍ଟ୍ର ବାରାମତୀରେ ବଡ଼ ବିମାନ ଦୁର୍ଘଟଣା । ଅବତରଣବେଳେ ବିମାନ କ୍ରାସ୍ ହୋଇଛି । ବିମାନରେ ଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ଅଜିତ୍ ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ବିମାନରେ ଅଜିତଙ୍କ ସମେତ ୬ ଜଣ ଥିଲେ । ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାର । ଦୁର୍ଘଟଣାସ୍ଥଳରେ ପୁଲିସ ମୁତୟନ । ବାରାମତୀ ପାଇଁ ଝିଆରି ସୁପ୍ରିୟା ସୁଲେ ବାହାରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)