ପୁଣି ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦଳୀୟ ପ୍ରାର୍ଥୀ ପାଇଁ ଶେଷଥର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆଜି ପୁଣି ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆପଡ଼ା ଉପନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ଶେଷ ଦିନ ଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଯାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ । ଗତକାଲି ଦ୍ୱିତୀୟଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଯାଇଥିଲେ । ତେଣୁ ଆଜି ମୋହନ ମାଝୀ ନୂଆପଡ଼ା ଯାଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବେ । ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆପଡ଼ାର କୋମନା ଯାଇ ବିରାଟ ରୋଡ୍ ସୋ’ କରିଥିଲେ । ନବୀନ କହିଥିବା ବେଇମାନି ଶବ୍ଦର ସଜ୍ଞା ବୁଝାଇଥିଲେ ମୋହନ ମାଝୀ । ସେପଟେ ନୂଆପଡାରେ ଡେରା ପକାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଭୋଟ୍ ଗ୍ରହଣ ହେବ ଏବଂ ୧୪ ତାରିଖରେ ଫଳାଫଳ ଆସିବ ।

ମତଦାନକୁ ଆଉ କେଇଟା ଦିନ ବାକି ଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରଭୁଖ ଦଳ । ବିଜେପି ଲୋକଙ୍କ ନିକଟତର ହୋଇ ୪୦ ହଜାର ଭୋଟରେ ଜିତିବା ନେଇ ଦାବି କରିଆସୁଥିବା ବେଳେ, ଗତକାଲି ଏକ ସାକ୍ଷାତକାର ଦେଇ ବିଜେଡି ନେତା ପ୍ରତାପ ଜେନା ନୂଆପଡ଼ା ହାତେଇବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନୂଆପଡ଼ାରେ ବିଜେଡିର ପଲ୍ଲା ଭାରି ଅଛି । ନୂଆପଡ଼ା ପାଇଁ ଅନେକ ଉନ୍ନତିମୂଳକ କାମ କରିଛନ୍ତି ନବୀନ । ଆଉ ଲୋକେ ସବୁ ଜାଣିଛନ୍ତି । ତେଣୁ ବିଜେପିର ମିଛ ପ୍ରଚାରରେ ଫସିବେନି ଲୋକେ । ଠିକଣା ସମୟରେ ଉଚିତ୍ ଜବାବ ଦେବେ । ଏବଂ ବିଜେଡିକୁ ବିପୁଳ ଭୋଟ ଦେଇ ବିଜୟ କରାଇବେ ବୋଲି ପ୍ରତାପ ଦମ୍ଭୋକ୍ତି ବାଢ଼ିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)