ନୂଆପଡ଼ା ଉପନିର୍ବାଚନ ଉପରେ ବିଜେପିର ଫୋକସ୍ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୁର୍ବରୁ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ । କାଲି ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ନୂଆପଡା ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ ରହିଛି । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ଦାବିକରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରଙ୍କ ଦେଢ଼ ବର୍ଷର ସଫଳତା ନୂଆପଡା ଉପନିର୍ବାଚନରେ ବିଜେପି ବିଜୟର ଚାବିକାଠି ହେବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ । କେବଳ ଏହି ଦୁଇଟି ରାଜ୍ୟ ନୁହେଁ, ଏକକାଳୀନ ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବ । ନିର୍ବାଚନ ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ନେଇ ଇସିଆଇ(ଭାରତ ନିର୍ବାଚନ ଆୟୋଗ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିହାର ନିର୍ବାଚନ ପାଇଁ ଆସନ୍ତା ମାସରେ ଅର୍ଥାତ ଅକ୍ଟୋବରରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ରାଜସ୍ଥାନ, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ପଞ୍ଜାବ, ମିଜୋରମ, ଜାମ୍ମୁ-କାଶ୍ମୀରରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଲାଗି ୪୭୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହେବେ । ୩୨୦ ଆଇଏଏସ ଅଧିକାରୀ, ୬୦ ଆଇପିଏସ ଏବଂ ୯୦ ଆଇଆରଏସ, ଆଇଆରଏଏସ, ଆଇସିଏଏସ ଅଧିକାରୀ ନିଯୁକ୍ତ ହେବେ ।












Leave a Reply