ରାଜଧାନୀରୁ ହଟିବ କୋଇଲା, କାଠ ଜାଳେଣି କଟକଣା; ସୂଚନା ଦେଲେ BMC ମେୟର ସୁଲୋଚନା ଦାଶ ।

ଅକ୍ଷର ବ୍ୟୁରୋ: ରାଜଧାନୀରୁ ହଟିବ କୋଇଲା, କାଠ ଜାଳେଣି କଟକଣା । ଏଭଳି ସୂଚନା ଦେଲେ BMC ମେୟର ସୁଲୋଚନା ଦାଶ ।  ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ କମର୍ସିଆଲ ଗ୍ୟାସ୍ ଆବଶ୍ୟକ ଠାରୁ କମ ରହିଛି । ଫଳରେ ଛୋଟ ଓ ମଧ୍ୟବିତ୍ତ ହୋଟେଲ ରେଷ୍ଟୁରାଣ୍ଟ ଓ ଚାହା ଦୋକାନୀଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବ । ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ କୋଇଲା ଜାଳିବାକୁ ମନା କରାଯାଇଥିଲା । ଧୂଆଁ ହେଉଛି, ବାୟୁ ପ୍ରଦୂଷଣ ବଢୁଛି । ଯିଏ କୋଇଲା ଜାଳୁଥିଲା ଫାଇନ କରାଯାଉଥିଲା । କମର୍ସିଆଲ ଗ୍ୟାସ ଆବଶ୍ୟକ ଅନୁସାରେ ମିଳୁନଥିବାରୁ ଦୋକାନୀମାନେ ଦାବି କରୁଛନ୍ତି କୋଇଲା ଓ କାଠ ଜାଳେଣି ଅନୁମତି ଦେବା ପାଇଁ । ତେଣୁ କିଛିଦିନ ପାଇଁ ତାଙ୍କୁ କୋଇଲା ଜାଳିବାକୁ ଅନୁମତି ଦିଆଯିବ । ଗ୍ୟାସ ସଙ୍କଟ ଦୂର ହେବା ପର୍ଯ୍ୟନ୍ତ କାଠ ଜାଳେଣି କୋଇଲା ଆଦିକୁ ଜାଳେଣି ରୂପେ ବ୍ୟବହାର କରିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମେୟର ।

ସେପଟେ ଯୁଦ୍ଧ ବିରାମ ନେଇ କୌଣସି ସଂକେତ ମିଳିନଥିବା ବେଳେ ଗ୍ୟାସ ସଂକଟ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ଗୋଟିଏ ପରେ ସରକାର ଗ୍ୟାସ ଓ ତେଲର ମହଜୁଦ୍ ନେଇ କିଛି ସଂକେତ ଦେଉନଥିବା ବେଳେ ରନ୍ଧନ ଗ୍ୟାସର କଳାବଜାରୀ ସାରା ରାଜ୍ୟରେ ଦେଖିବାକୁ ମିଳିଲାଣି । ଗ୍ୟାସ ଡିଲରଙ୍କ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଖୋଲା ବଜାରରେ ଗ୍ୟାସ ସିଲିଣ୍ଡର ପିଛା ୧୪ଶହରୁ ୧୫ ଶହ ଟଙ୍କାରେ ବିକ୍ରି ହେଉଛି । ଏସବୁ ଭିତରେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଖୁବଶୀଘ୍ର ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)