ଅକ୍ଷର ବ୍ୟୁରୋ: ଜଗତସିଂହପୁର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଗତ ୨୫ ତାରିଖରେ ଘଟିଥିଲା ଏକ ଅଭାବନୀୟ ଦୁର୍ଘଟଣା । କଲେଜ ଛାତ୍ରୀ ତୃପ୍ତିମୟୀ ସାହୁ ଘରକୁ ଫେରୁଥିବା ବେଳେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଏକ କାର ଧକ୍କାରେ ପ୍ରାଣ ହରାଇଥିଲେ ।ତାଙ୍କ ମୃତ୍ୟୁ ଘଟଣାରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସହସ୍ର ଛାତ୍ରୀ । କାଦୁଅପଡାସ୍ଥିତ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଡିଅସାହି ନିକଟରେ ଜଗତସିଂହପୁର-ବାଲିକୁଦା ରାସ୍ତା ଅବରୋଧ କରିଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ସୂଚନା ମିଳିଛି । ରାସ୍ତାରୋକ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପହଞ୍ଚି ବୁଝାସୁଝା କରିଛି ।ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ଅଳସୁଆ ଅଞ୍ଚଳର ଛାତ୍ରୀ ଘରକୁ ଫେରୁଥିବା ବେଳେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ କାର ଧକ୍କାରେ ପ୍ରାଣ ହରାଇଥିଲେ ।
କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ; କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ସୂଚନା ।











Leave a Reply