ଏସଆଇ ଚାକିରି ଦୁର୍ନିତି ମାମଲାରେ ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚର ରେଡ୍ !

ଅକ୍ଷର ବ୍ୟୁରୋ: ପୋଲିସ ଏସଆଇ ଚାକିରି ଦୁର୍ନିତି ମାମଲା । ଏବେ ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚର ରେଡ । OPRB ଚାକିରି ଦୁର୍ନିତି ନେଇ ଏହି ରେଡ କରାଯାଇଛି । ଗତକାଲି ସିଆରପିଏଫ୍ ସ୍ଥିତ ବାଣିକ କୋଚିଂ ଅନୁଷ୍ଠାନରେ କ୍ରାଇମବ୍ରାଞ୍ଚର CB CID ଟିମ୍ ପହଞ୍ଚି କରିଛି ରେଡ । ପ୍ରକାଶଯୋଗ୍ୟ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ତଥ୍ୟ । ସିଣ୍ଡିକେଟ ମେମ୍ବର ବିଶ୍ୱରଞ୍ଜନ ବେହେରା ଗିରଫ । ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ । ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ୱରଞ୍ଜନ ।

ସକାଳେ ଆଉ ଦୁଇ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ଗିରଫଦାରୀ ସଂଖ୍ୟା ଏବେ ୧୨୦ରେ ପହଞ୍ଚିଛି । ତଦନ୍ତ ଜୋରଦାର ଚଲେଇଛି କ୍ରାଇମବ୍ରାଞ୍ଚ । ଗିରଫଦାରୀ ଆହୁରି ବଢ଼ିବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଆଗକୁ ବଢ଼ିବ ତଦନ୍ତ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ପକ୍ଷରୁ ସୂଚନା । କ୍ରାଇମବ୍ରାଞ୍ଚ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ମାମଲାରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଯଥାଶୀଘ୍ର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନିଯୁକ୍ତି ତ୍ୱରାନ୍ୱିତ ହେବ । ପ୍ରାର୍ଥୀମାନଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି OPRB ଅଧ୍ୟକ୍ଷ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)