ଅକ୍ଷର ବ୍ୟୁରୋ: ଆସନ୍ତା ଇଦ୍-ଉଲ୍-ଫିତର୍ ପାଇଁ କଟକ ଜିଲ୍ଲା କିଶନନଗରରେ ପୁଲିସର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରହରାଜପୁର, ନାରଦା, ବାଲିଶୁକ୍ରୀ, ସାମନ୍ତରାପୁର ଗଡ଼ମା, ଥୋରିଆପଡା, ସୋମପୁର, ଶିର୍ଲ, ବାବୁଜଙ୍ଗ, ମୁର୍କୁଣ୍ଡି ଆଦି ଅଞ୍ଚଳର ମୁସଲମାନ ବସ୍ତିର ମୁରବୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇନଶୃଙ୍ଖଳା ବଜାୟ ରଖି ଏହି ପର୍ବ ପାଳନ ପାଇଁ ବୈଠକର ଆବାହକ ତଥା କିଶନନଗର ଥାନା ଆଇଆଇସି ମାନେଶ୍ୱର ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ପ୍ରହରାଜପୁର ସରପଞ୍ଚ ଅବଦୁଲ୍ ୱାହିଦ୍ ଖାନ୍, ସମିତି ସଭ୍ୟ ଲ୍ୟାକତ୍ ଅଲ୍ଲୀ ଖାନ, ଶେଖ୍ ସିରାଜ୍ ଉଲ୍ଲା, ଶେଖ୍ ଇଲିୟାସ୍ ଅଲ୍ଲୀ, ଆଜାଦ୍ ଅଲ୍ଲୀ ଖାନ, ମୌଲାନା ଇଫତେଖାର୍, ମହମ୍ମଦ୍ ଅସଫାକ୍, ମହମ୍ମଦ୍ ଅଲ୍ଲି, ଅସରଫ୍ ଖାନ୍, ଅତାଉର୍ ରହେମାନ୍, ହାଜି ମହମ୍ମଦ୍ ଅଫସର୍, ଶେଖ୍ ସଲାମ୍, ଶେଖ୍ ଅବଦୁଲ୍ ବୁରହାନ୍, ଆସିଫ୍ ଅଲ୍ଲୀ ଖାନ, ନାସିର୍ ଉଦ୍ଦୀନ୍ ଖାନ, ଫିରଦୌଷ୍ ଅଲ୍ଲୀ, ମିର୍ଜା ସିରାଜ୍ ବେଗ୍, ସଫିକ୍ ମହମ୍ମଦ୍, ନୁର ଆଲ୍ଲୀ, ଲ୍ୟାକତ୍ ଅଲ୍ଲି ଖାନ, ସୈୟଦ୍ କୌଶର୍ ଅଲ୍ଲୀ, ଆଇନଜୀବୀ ମହମ୍ମଦ୍ ଇମତେୟାଜ୍ ଆଲ୍ଲୀ ଖାନ, ରୁସ୍ତୁମ୍ ମହମ୍ମଦ୍, ଶେଖ୍ ଖଲିଲ୍, ଶେଖ୍ ସରୱର୍ ଆଲ୍ଲୀ, ସୈୟଦ୍ ଆସିକ୍ ଅଲ୍ଲୀ, ଅବ୍ଦୁଲ୍ ସକୁର୍ ଖାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।











Leave a Reply