ଅକ୍ଷର ବ୍ୟୁରୋ: ରାଜ୍ୟରେ ପୁଣି ଜଣେ ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ସହିଦନଗରରେ ଥିବା ଏକ ଆବାସିକ ତିନି ମହଲା କୋଠା, ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର, କଟକ ଜିଲ୍ଲା କଣ୍ଟାପଡାରେ ଥିବା ଅଫିସ୍ ଚାମ୍ବର, କେନ୍ଦ୍ରାପଡାରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଏବଂ କଣ୍ଟାପଡାରେ ଥିବା ସରକାର କ୍ଵାଟର୍ସରେ ଚଢାଉ ଜାରି ରହିଛି । ଚଢ଼ାଉରେ ସାମିଲ ଅଛନ୍ତି ୨ ଅତିରିକ୍ତ ଏସପି, ୮ ଡିଏସପି ଏବଂ ୧୧ ଜଣ ଇନ୍ସପେକ୍ଟର । ଅଫିସରୁ କ୍ୱାର୍ଟର ସବୁଠି ଖୋଳତାଡ଼ । ତହସିଲଦାରଙ୍କ କାର୍ଯ୍ୟାଳୟ ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ।












Leave a Reply