ଅକ୍ଷର ବ୍ୟୁରୋ: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରବିବାର ରାତିରେ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଥିଲା । SCB ଆଗରେ କାନ୍ଦବୋବାଳି ପଡ଼ିଥିଲା । ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଖୋଜୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ମୋ ବାପା ଆଇସିୟୁରେ ଥିଲେ, ରାତିରେ ହସ୍ପିଟାଲରେ ନିଆଁ ଲାଗିଗଲା ପରେ ମୋ ବାପାଙ୍କୁ ମୁଁ ଆଉ ପାଉ ନାହିଁ । ମୋ ବାପା କେମିତି ଅଛନ୍ତି, କେହି କିଛି କହୁ ନାହାନ୍ତି । ଅନ୍ୟ ଜଣେ ରୋଗୀଙ୍କ ବୃଦ୍ଧ ବାପା ଭୋ ଭୋ ହୋଇ କାନ୍ଦି କହିଥିଲେ, ମୋ ପୁଅ ଆଇସିୟୁରେ ଥିଲା । ସେ ବଞ୍ଚିଛି କି ମରିଛି ମୁଁ ଜାଣିନାହିଁ । ମୁଁ ତାକୁ ସବୁଆଡେ ଖୋଜିଲିଣି, ହେଲେ ମୁଁ ତାକୁ ପାଉନାହିଁ । ସେହିପରି ଜଣେ ମହିଳା କହିଛନ୍ତି, ମା ଛୁଆ ଦେହରୁ ଛୁଞ୍ଚି କାଢ଼ିଦେଲେ । ମୋ ଛୁଆ ଉପରେ ଅଛି ତାକୁ କେହି ଆଣିନାହାନ୍ତି । ମୋ ଛୁଆ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ।
କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି; ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।












Leave a Reply