ବର୍ଷକର ରିପୋର୍ଟ କାର୍ଡରେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ନାଁ ଦେବା ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ।

ଦିନକ ପରେ ରାଜ୍ୟରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ହେବ । ଏହା ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଦି ସରକାରଙ୍କ 11 ବର୍ଷ ପୁରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆସନ୍ତା କାଲିକୁ ପ୍ରଥମ ବର୍ଷ ପୂରିବ । ଏନେଇ ସେ ରାଜ୍ୟବାସୀଙ୍କୁ ତାଙ୍କ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି । ତାହା ସହ ଲୋକଙ୍କୁ ସଚେତନ କରେଇବାକୁ ଏବଂ ଦୃର୍ନୀତି ମୁକ୍ତ କରିବାକୁ ଯାଇ ସେ କହିଛନ୍ତି, “ସୁଶାସନ ଦେବା ଆମର କାମ । ଏଥିପାଇଁ ପ୍ରଥମେ ଦୁର୍ନୀତି ହଟାଇବାକୁ ପଡ଼ିଥାଏ । ଆମ ସରକାରରେ ଦୁର୍ନୀତି କଲେ ପିଅନ ଠୁ ନେଇ IAS ପର୍ଯ୍ୟନ୍ତ କାହାରିକୁ ତ୍ରାହି ନାହିଁ ।”

ତେବେ ସେ ତାଙ୍କ ରିପୋର୍ଟ କାର୍ଡରେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପ୍ରସଙ୍ଗ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଥିଲେ । କିନ୍ତୁ ଏଯାଏଁ ଚିଠିର କୌଣସି ଉତ୍ତର ମିଳିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ଅଗ୍ରହଣୀୟ । ତାଙ୍କ ଅହଙ୍କାର ଏବେ ଚରମ ସୀମାରେ ପହଞ୍ଚିଛି । ଯାହାର ଜବାବ ଲୋକେ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)