ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଯାଜପୁର ଗସ୍ତ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି କାର୍ଯ୍ୟ ଜାରି ।

ଅକ୍ଷର ବ୍ୟୁରୋ: ପାଖାପାଖି ୧୨୫ କୋଟି ଟଙ୍କାର ବିରଜା ପରିକ୍ରମା ପ୍ରକଳ୍ପ କାମ ଜାରି ରହିଛି । ଆଉ ଦୁଇ ଦିନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯାଜପୁର ଗସ୍ତରେ ଆସି ମା’ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛି । ଏଥିପାଇଁ କେବଳ ମା’ ବିରଜାଙ୍କ ମନ୍ଦିର ନୁହେଁ ବରଂ ଅବହେଳିତ ସ୍ଥିତିରେ ଥିବା ଯାଜପୁର ସହରର ମୁଖ୍ୟ ରାସ୍ତାଘାଟଗୁଡ଼ିକ ସଜଡ଼ା ଯାଉଛି । ଦିନରାତି ରାସ୍ତା ମରାମତି ଓ ଅଳିଆ ଉଠା କାମରେ ଲାଗିଛନ୍ତି ଶ୍ରମିକମାନେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)