ଅକ୍ଷର ବ୍ୟୁରୋ: ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସି ପ୍ରକ୍ରିୟା । ଇ-କେୱାଇସି ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି । ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଗୋଟି ଜାଲି ରାସନ କାର୍ଡ ଧରାପଡ଼ିଛି । ସେହିପରି ଦ୍ୱିତୀୟରେ କଟକରୁ ୨୯୦୫ ଗୋଟି ଜାଲି କାର୍ଡ ଧରାପଡିଛି । ତୃତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ଯେଉଁଠି ୨୩୫୭ ଗୋଟି ଜାଲି ରାସନ କାର୍ଡ ଧରାପଡ଼ିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଅନ୍ୟ ଏକ ଲିଖିତ ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି । ତନ୍ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛି । ସେହିଭଳି, ୭ ଲକ୍ଷ ୩୭ ହଜାର ୫୩୦ ଗୋଟି ଆବେଦନ ଗୁଡ଼ିକୁ, ‘ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭିଭିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦′ର ବାଦଦେବା ମାନଦଣ୍ଡ ଭିର୍ତ୍ତିରେ, ଅଗ୍ରାହ୍ୟ କରାଯାଇଛି, ବଳକା ଥିବା ଏବଂ ସଦ୍ୟ ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ ଗୋଟି ଆବେଦନ ଗୁଡ଼ିକର, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି ।












Leave a Reply