ଅନୁସୂଚିତ ଜନଜାତି ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଗୁରୁବାର ଦିନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଜିଲ୍ଲାର ଆଶାୟୀ କର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଆଜି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅଧୀନ ଶପ୍ତଶଯ୍ୟାଠାରେ ଖାଦ୍ୟ, ପାନୀୟ ଓ ସ୍ୱାସ୍ଥ୍ୟସେବା ଶିଳ୍ପ ଏବଂ ଇନ୍ଧନ କ୍ଷେତ୍ରରେ ବ୍ୟବହାର ନିମନ୍ତେ ଉଚ୍ଚମାନର ବାୟୋଇଥାନଲ୍ ଉତ୍ପାଦନ କରୁଥିବା ଇଣ୍ଡାଲ୍କ ସ୍ପିରିଟ୍ ପ୍ରାଇଭେଟ୍ ଲିମିଟେଡ଼ କାରଖାନାରେ ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ଅଞ୍ଚଳର ୩୬ଜଣ ଅନୁସୂଚିତ ଜନଜାତି ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ମୁରବୀ, ନେତୃ ସ୍ଥାନୀୟଙ୍କ ସହ ନିଯୁକ୍ତି ପ୍ରଦାନ କରିଥିବା କାରଖାନାର ପରିଚାଳନା ନିର୍ଦ୍ଦେଶକ ଆକାଶ ଅଗ୍ରୱାଲ, ଅଧକ୍ଷ ପ୍ରକାଶ କୁମାର ରାଉତ ଓ ଅନ୍ୟତମ ନିର୍ଦ୍ଦେଶକ ପ୍ରକାଶ ନାଏକ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍ୱତନ୍ତ୍ର ଶିଳ୍ପନୀତି ପ୍ରସ୍ତୁତ କରି ଏବଂ ସାମଗ୍ରିକ ବିକାଶକୁ ଆହ୍ୱାନ ରୂପେ ଗ୍ରହଣ କରି ଢେଙ୍କାନାଳ ଜିଲ୍ଲାରେ ଶିଳ୍ପ ଅନୁକୂଳ ପରିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ପ୍ରାଥମିକତା ଭିତ୍ତିରେ ଜିଲ୍ଲାର ହଜାର ହଜାର ଆଶାୟୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ ପାଇଁ ମୋହନ ସରକାର ସ୍ୱତନ୍ତ୍ର ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ଏହି ପରିପେକ୍ଷୀରେ ଜିଲ୍ଲାର ଶହେ ଅନୁସୂଚିତ ଜନଜାତିଙ୍କୁ କ୍ରମ କ୍ଷେତ୍ରରେ ଅଗ୍ରଣି କରିବା ପାଇଁ ସୁଯୋଗ ଦିଆଯିବ । ତା’ସହ ଜିଲ୍ଲାର ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)