ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପାରଦ ଖସି ପହିଲି ଶୀତର ଅନୁଭୂତି ।

ଅକ୍ଷର ବ୍ୟୁରୋ: ସାରା ରାଜ୍ୟରେ ଶୀତର ପହିଲି ଛୁଆଁ ଅନୁଭୂତି ହେଉଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ଏଥର ବିଳମ୍ବ ହୋଇଛି । ତେବେ ଗତ ୨ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି । ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି । ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଦେହ ଥରୁଛି । ପାଣି ଥଣ୍ଡା ହେବାରେ ଲାଗିଛି । ବିଳମ୍ବିତ ରାତିଠାରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି । ଫଳରେ ସେହି ସମୟରେ ଶୀତ ଦ୍ୱିଗୁଣିତ ଅନୁଭୂତ ହେଉଛି । ସଂଧ୍ୟା ଓ ସକାଳ ସମୟରେ ଶୀତ ଦାଉରୁ ଟିକିଏ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ଲଗାଇ ବସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ଚାହା ଦୋକାନରେ ଚା’ ଖଟି ବୃଦ୍ଧି ପାଇଛି । ଦାରିଙ୍ଗବାଡି ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)