ମାଁ,ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା: ଶ୍ରଦ୍ଧାଳୁଙ୍କ ସମାଗମରେ ଲୋକାରଣ୍ୟ ହେଲା ପାହାଡ ।

ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମା’ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା। ଅରଣ୍ୟବେଷ୍ଟିତ ପାହାଡ଼ ଗୁମ୍ଫାରେ ମା’ ପୂଜା ପାଇଆସୁଥିବା ବେଳେ ପ୍ରତ୍ୟହ ମା‘ଙ୍କ ପାଖରେ ପଂହଚି ପୂଜାର୍ଚ୍ଚନା ସମ୍ଭବ ନଥିବାରୁ ସୁଗୁଡ଼ା ଗ୍ରାମରେ ମା’ଙ୍କର ଏକ ଆସ୍ଥାନ ସ୍ଥାପନା କରାଯାଇ ସେଠାରେ ପ୍ରତ୍ୟହ ପୂଜାର୍ଚ୍ଚନା କରାଯାଏ ଓ କେତେକ ନିର୍ଦ୍ଧିଷ୍ଟ ତିଥିରେରେ ମା’ଙ୍କ ପୀଠରେ ପହଂଚି ଦେହୁରୀ ତଥା ପୂଜକ ପୂଜାର୍ଚ୍ଚନା କରିଥାନ୍ତି।

ଆଜି ସକାଳେ ପ୍ରଥମେ ସୁଗୁଡାରେ ଥିବା ମା’ଙ୍କ ଆସ୍ଥାନରେ ପ୍ରଥମେ ପୁଜାର୍ଚ୍ଚନା କରାଯାଇଥିଲା। ପରେ ଦେହୁରୀଙ୍କ ସହ ଶ୍ରଦ୍ଧାଳୁମାନେ ପାହାଡ଼ି ରାସ୍ତା ଦେଇ ମା’ଙ୍କ ପୀଠଥିବା ପାହାଡ଼ ଗୁମ୍ପାରେ ପହଂଚି ମା’ଙ୍କ ପୂଜାର୍ଚ୍ଚନା କରିବା ସହ ପଶୁପକ୍ଷୀ ବଳି ଦିଆଯାଇଥିଲା। ମା’ଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମରେ ଏହି ପର୍ବତ ଖୋଳ ଦିନଟିଏ ପାଇଁ ଲୋକାରଣ୍ୟ ହେବା ସହିତ ବହୁ ଦୋକାନ ବଜାର ପଡ଼ିଥିଲା। କିମ୍ୱଦନ୍ତୀ ଅନୁସାରେ ପୂର୍ବରୁ ମା’ଙ୍କ ବିଗ୍ରହକୁ ସମସ୍ତେ ପୂଜା କରୁଥିଲେ। କିନ୍ତୁ କୈାଣସି ଅସୁବିଧା କ୍ରମେ ମା’ଙ୍କ ବିଗ୍ରହ ସମ୍ମୁଖରେ ଏକ ବଡ ପଥର କବାଟ ଭଳି ବନ୍ଦ ହୋଇଯିବାରୁ ସେହିଦିନଠାରୁ ମା’ଙ୍କୁ ଆଉ କେହି ଭକ୍ତ ଦର୍ଶନ କରିପାରିଲେ ନାହିଁ।

ସେହି ଦିନଠାରୁ ମା’ଙ୍କ ପ୍ରତିମାକୁ କେହି ଦେଖିପାରନ୍ତି ନାହିଁ କେବଳ ସେହି କବାଟ ଭଳି ବନ୍ଦ ପଡିଥିବା ଆସ୍ଥାନ ନିକଟରେ ସମସ୍ତେ ଶୂନ୍ୟ ଠାକୁରଙ୍କୁ ପୂଜା କରିଆସୁଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଳବ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗ ଏବଂ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକ ସୁଧିର କପରଦାର ମୁଖ୍ୟଅତିଥି, ଲକ୍ଷ୍ମଣ ପ୍ରଧାନ, ସୁଜିତ୍ ପ୍ରଧାନ ଏବଂ ମୋତିଲାଲ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। କ୍ଳବ୍‌ ସଦସ୍ୟ ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୁଶୀଲ ଭୋଇ, ବିରେନ୍ଦ୍ର ନାଏକ, ନିଳମଣୀ ଆଚାର୍ଯ୍ୟ, ପ୍ରୀତି ପରିମିତା ବେହେରା, ସାବିତ୍ରୀ ଭୋଜ, ମକରଧ୍ୱଜ ହସ୍ତୀ, ପଙ୍କଜ ପାତ୍ର, ସୁମନ୍ତ ଭୋଜ, ଲିପନ ସୁହୁଳା, ମଙ୍ଗଳ ମୁଖୀ, ଦୀପକ ମୁଖୀ, ବିଜୟ ପାତ୍ର, ବଳରାମ ରଣଜିତ, ଦୁଃଶାସନ ନାଏକ, ଭରତ ସାହୁ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)