ଚାଷୀଙ୍କ ଧାନ ପଞ୍ଜୀକରଣ ସମୟ କାଲି ସରୁଛି; ଆବଶ୍ୟକ ପଡ଼ିଲେ ଆଉ ଦୁଇ ଦିନ ବଢ଼ିପାରେ ତାରିଖ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ଏ ବର୍ଷ ରାଜ୍ୟରେ ଧାନ ସଂଗ୍ରହ ନୂଆ ରେକର୍ଡ କରିଛି । ୭୬ ଲକ୍ଷ ୮୪ ହଜାର ୪୯୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଚଳିତ ସିଜିନରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ୧୮ ଲକ୍ଷ ୫୫ ହଜାର ପଞ୍ଜୀକୃତ ଚାଷୀଙ୍କ ଧାନ ବିକ୍ରି ସରିଲାଣି । ଚାଷୀଙ୍କ ଆକାଉଣ୍ଟକୁ ଗଲାଣି ୨୨ ହଜାର ୪୦୦ କୋଟି ଟଙ୍କା ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ‘ଚାଷୀଙ୍କ ଧାନ ପଞ୍ଜୀକରଣ ସମୟ କାଲି ସରୁଛି, ଆବଶ୍ୟକ ପଡ଼ିଲେ ଆଉ ଦୁଇ ଦିନ ତାରିଖ ବଢ଼ିପାରେ’ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)