ଆନ୍ଧ୍ରର ସାଲୁର ଘାଟିରେ ହଠାତ୍ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ଅକ୍ଷର ବ୍ୟୁରୋ: ଜଳିଗଲା OSRTC ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସାଲୁର ଘାଟିରେ ଅଘଟଣ । ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଆଜି ଭୋର ସମୟରେ ବସଟି ବିଶାଖାପାଟଣାରୁ ଜୟପୁରକୁ ଆସୁଥିବା ବେଳେ ଆନ୍ଧ୍ରର ସାଲୁର ଘାଟିରେ ହଠାତ୍ ବସରେ ନିଆଁ ଲାଗି ଯାଇଥିଲା । ଯାତ୍ରୀଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ସମସ୍ତେ ସୁରକ୍ଷିତ ଅଛନ୍ତି । ତେବେ କିଛି ଯାତ୍ରୀଙ୍କ ଆସବାପତ୍ର ଜଳି ନଷ୍ଟ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଓଡ଼ିଶାର ଜୟପୁର ଆସୁଥିବା ଏକ ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC) ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଇଞ୍ଜିନ ପାଖରେ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ବସରେ 5ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । ବସ୍ ଟି ସାଲୁର ଘାଟି ଅତିକ୍ରମ କରୁଥିବା ବେଳେ ନିଆଁ ଲାଗି ତତକ୍ଷଣାତ ହୁତୁହୁତୁ ହୋଇ ଜଳିଥିଲା । ଏହି ଘଟଣା ପରେ ୨୬ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅଗ୍ନିକାଣ୍ଡ ସମୟରେ ବସରେ 5 ଜଣ ଯାତ୍ରୀ ବସିଥିବା ଜଣାପଡ଼ିଛି । ବସରେ ନିଆଁ ଲାଗିଯିବା ପରେ, ଯାତ୍ରୀମାନଙ୍କୁ ଓହ୍ଲାଇ ପଡ଼ିବାକୁ ଡ୍ରାଇଭର କହିଥିଲେ। ସବୁ ଯାତ୍ରୀ ସୁରକ୍ଷିତ ଭାବେ ଗାଡ଼ିରୁ ଓହ୍ଲାଇଥିଲେ । ଘଟଣା ସ୍ଥଳରେ ସାଲୁରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

କିଛି ଦିନ ତଳେ ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲା ତାନ୍ଦୁର ବସ୍ ଡିପୋ ନିକଟରେ ଏକ ପଥର ବୋଝେଇ ଟ୍ରକ୍, ଏକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବା ଫଳରେ ପାକାପାଖି 21 ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଚେଭେଲା ମଣ୍ଡଳର ମିର୍ଜାଗୁଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ତାନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ସଡ଼କ ପରିବହନ ନିଗମ (RTC) ବସ୍‌କୁ​ଏକ ଟିପର୍ ଟ୍ରକ୍‌ ଧକ୍କା ଦେଇଥିଲା । ପ୍ରତି ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ସହ ଆହତମାନଙ୍କୁ 50 ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଛତିଶଗଡ଼ର ବିଳାସପୁରରେ କୋର୍ବା ମେମୋ ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଛତିଶଗଡ଼ ବିଳାସପୁରର ଲାଲଖାଦାନ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 20ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଏକ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ 10 ଲକ୍ଷ, ଗୁରୁତର ଆହତଙ୍କୁ 5 ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)