ଲୋକସେବା ଭବନରେ ଅଗ୍ନିକାଣ୍ଡ; ସଟ୍ ସର୍ଟିକରୁ ନିଆଁ ଲାଗିଥିବା ସୂଚନା।

ଅକ୍ଷର ବ୍ୟୁରୋ: ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଟ୍ ସର୍ଟିକରୁ ନିଆଁ ଲାଗିଥିବା ସୂଚନା । ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରଥମ ମହଲାରେ ନିଆଁ ଲାଗିଥିବା ନେଇ କୁହାଯାଉଛି । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ତେବେ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା କୁହାଯାଉଛି ।

ମଙ୍ଗଳବାର ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ମହଲାର ରାଜସ୍ୱ ବିଭାଗ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏସି ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ସୂଚନା ମିଳିଛି । ଯାହା ଖବର ରହିଛି ଅଗ୍ନିକାଣ୍ଡରେ କୌଣସି କାଗଜପତ୍ର ନଷ୍ଟ ହୋଇ ନାହିଁ । ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)