ଆଜିଠୁ ଆରମ୍ଭ ହେଲା ବିହାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ।

ଅକ୍ଷର ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନାମାଙ୍କନ । ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଓ ମହାମେଣ୍ଟ ପ୍ରାର୍ଥୀ ଘୋଷଣାକୁ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ପ୍ରଶାନ୍ତ କିଶୋର ଆଗୁଆ ଗୋଟିଚାଳନା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିନ୍ତୁ ନିଜେ ପ୍ରଶାନ୍ତ କିଶୋର ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଜନ ସୁରାଜ ପକ୍ଷରୁ ପ୍ରଦେଶ ଅଧ୍ୟକ୍ଷ ମନୋଜ ଭାରତୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପପୁ ସିଂହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ବର ୬ରେ ପ୍ରଥମ ପର୍ୟ୍ୟାୟରେ ୧୨୧ ଆସନ ପାଇଁ ମତଦାନ ହେବ । ନଭେମ୍ବର ୧୧ ଦ୍ୱିତୀୟ ପର୍ୟ୍ୟାୟରେ ୧୨୨ଟି ଆସନ ପାଇଁ ମତଦାନ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)