ବାଲେଶ୍ୱରରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର ।

ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟର ରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଉଭୟ ନଦୀର ଜଳସ୍ତର ବଢୁଛି । ବୁଢ଼ାବଳଙ୍ଗ ନଦୀରେ ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଜଳସ୍ତର ଅଧିକ ରହିଛି । ତେଣୁ ବାଲେଶ୍ୱର ଜିଲ୍ଲାର ସବୁ ଅଧିକାରୀ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)