ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ।

ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି କହିଲେ ମନ୍ତ୍ରୀ । ସେ କହିଛନ୍ତି, “ଆହୁରି ୪ଶହରୁ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି । ଆମ ରାଜ୍ୟରେ ୧୪୦୦ ରାଇସ୍ ମିଲ୍ ରହିଛି । ମିଲ୍ ଖୋଲିଲେ ସରକାର ୫୦ ପ୍ରତିଶତ ସବ୍‌ସିଡି ଦେବେ। ରାଜ୍ୟରୁ ଉତ୍ପାଦିତ ଚାଉଳରୁ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଯାଉଛି । ବଳକା ୧୨ରୁ ୧୫ ମେଟ୍ରିକ୍ ଟନ୍ ଚାଉଳ ଆମ ପାଖରେ ରହୁଛି । ନୂଆ ପଲିସି କରାଯିବ ବଳକା ଚାଉଳକୁ ରପ୍ତାନୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି”।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)