ଅକ୍ଷର ବ୍ୟୁରୋ: ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏନେଇ ବାଲେଶ୍ୱରରେ ପ୍ରେସମିଟ୍ କରି ସେ ତାଙ୍କ ଇସ୍ତଫାର କାରଣ କହିଛନ୍ତି । ସେ କହିଛନ୍ତି, ବିଜେପି ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି । ନ ହେଲେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ବିଜେପିରେ କିପରି ସାମିଲ କରାଗଲା । ଜଣେ ଅଭିଯୁକ୍ତଙ୍କୁ ଆଣି ଦଳରେ ସାମିଲ କରିବା ରାଜ୍ୟ ବିଜେପିରେ ପ୍ରଥମ । ୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତ୍ତନ ହୋଇଛି । ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି ବୋଲି ଦାଶ କହିଛନ୍ତି ।
ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ।











Leave a Reply