ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ।

ଅକ୍ଷର ବ୍ୟୁରୋ: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଏନେଇ ଦଳ ପକ୍ଷରୁ ବିଜେଡି ଉପସଭାପତି ପ୍ରତାପ ଜେନା ଶନିବାର ସୂଚନା ଦେଇଛନ୍ତି । ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ପ୍ରବଳ ହଙ୍ଗାମା କରିଥିଲେ ପ୍ରଭାତ । ପ୍ରଭାତଙ୍କ ସହ ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ସଂତୃପ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ହଙ୍ଗାମା କରିଛନ୍ତି । ଅସନ୍ତୋଷ କରି ପ୍ରଭାତ କହିଥିଲେ ଯେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି । ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିଥିଲେ ଭଲ ହୋଇଥାନ୍ତା । ଏହା ଏକପାଖିଆ ନିଷ୍ପତ୍ତି, ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି । ଦଳର ୪ ହଜାର କୋଟି କିଏ ନେଇଗଲା କହି ବର୍ଷିଥିଲେ ପ୍ରଭାତ । ଆହୁରି ମଧ୍ୟ କହିଥିଲେ ଯେ, ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ୱୀକାର କରିଛି । ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ । ନବୀନ ବାବୁ ଆଲୋଚନା କରନ୍ତୁ । ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି ବୋଲି ପ୍ରଭାତ କହିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)