ଅକ୍ଷର ବ୍ୟୁରୋ: ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି ! ୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍ । ରାଜ୍ୟ ପାଇଁ ଅଧିକ ୨୦% ଗ୍ୟାସ କୋଟା । ସରକାରୀ କ୍ୟାଣ୍ଟିନ୍ ଓ ଡାଏରୀ ଶିଳ୍ପକୁ ମିଳିବ ପ୍ରାଥମିକତା । ଦେଶରେ ଚାଲିଥିବା ଗ୍ୟାସ୍ ସଂକଟ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଯୋଗାଣ କମାଇ ଦିଆଯାଇଛି । ଫଳରେ ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୂର କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ବର୍ତ୍ତମାନ ଯୋଗାଣ ପରିମାଣ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ଡ. ନୀରଜ ମିତ୍ତଲ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ।
ଆସନ୍ତା ୨୩ ତାରିଖରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ, ରାଜ୍ୟଗୁଡ଼ିକୁ ଆଉ ଅଧିକ ୨୦% ଗ୍ୟାସ୍ ଯୋଗାଇ ଦିଆଯିବ । ଫଳରେ ମୋଟ ଯୋଗାଣ ପରିମାଣ ସଂକଟ ପୂର୍ବରୁ ମିଳୁଥିବା କୋଟାର ୫୦% କୁ ବୃଦ୍ଧି ପାଇବ । ଏହି ବର୍ଦ୍ଧିତ ୨୦% ଗ୍ୟାସ୍ ମୁଖ୍ୟତଃ ପ୍ରାଥମିକତା ଭିତ୍ତିରେ ଦିଆଯିବ । ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ ସଂସ୍ଥାର କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ଦୁଗ୍ଧ ଶିଳ୍ପ, ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ ଦ୍ୱାରା ଚାଲୁଥିବା ସ୍ୱଳ୍ପମୂଲ୍ୟ କ୍ୟାଣ୍ଟିନ୍ ଓ କମ୍ୟୁନିଟି କିଚେନକୁ ବର୍ଦ୍ଧିତ ୨୦% ଗ୍ୟାସ୍ ମିଳିବ । ସେହିପରି ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ଏହି LPG ଯେପରି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନହୁଏ । ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।












Leave a Reply