ଅକ୍ଷର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ କ୍ଷୋଭ ପ୍ରକାଶ କଲେ ଘାସିରାମ । ‘ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି । ଆବ୍ରାହମ୍ ଲିଙ୍କନ ୯ ଥର ହାରିଥିଲେ, ମୁଁ ୬ ଥର ହାରିଛି । ଆଉ ୩ ଥର ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ଘାସିରାମ ମାଝୀ’ ।
ସେପଟେ ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । ‘ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି’ । ‘ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ’ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ । ଏବେସୁଦ୍ଧା ୧୪ ରାଉଣ୍ଡ ଭୋଟିଂରେ ବିଜେପିର ଜୟ ଢ଼ୋଲକିଆ ଆଗରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ ତୃତୀୟ ସ୍ଥାନରେ ଘାସିରାମ ମାଝୀ ଅଛନ୍ତି ।












Leave a Reply