ଜୁଆ ଆଡ୍ଡାରୁ ଆଣି ଥାନାରେ ବନ୍ଧା ପଡ଼ିଛି ଛେଳି:

ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଚଢ଼ାଉ କରିଥିଲା ମାଲାକନଗିରି ପୁଲିସ । ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିବାବେଳେ ପୁଲିସକୁ ଦେଖି ଲୋକେ ଦୌଡ଼ି ପଳାଇଥିଲେ । ତେବେ ରୋଚକ କଥା ହେଉଛି ୨୦ ହଜାର ଟଙ୍କା ବିନିମୟରେ ଛେଳିକୁ ବାଜିରେ ଲଗାଯାଇଥିବା ବେଳେ ଛେଳିଟିକୁ ଜବତ କରି ପୁଲିସ ଥାନାକୁ ଆଣିଛି । ଏଥିସହ ଜୁଆ ଆଡ୍ଡାରୁ ପ୍ରାୟ ୮ଟି ମୋଟର ସାଇକଲ, ଜେନେରେଟର, ମାଇକ୍ ସେଟ୍ ଆଦି ଜବତ କରିଛି ମାଲକାନଗିରି ପୁଲିସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)