ଅତ୍ୟାବଶ୍ୟକୀୟ ସେବା ଲାଗି ସରକାରଙ୍କ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ।

ଅକ୍ଷର ବ୍ୟୁରୋ: ଦେଶ୍ୟାବ୍ୟାପି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ବାସଗୃହ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ଲାଗି ସରକାର ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିଛନ୍ତି । ଗତକାଲି ନୂଆଦିଲ୍ଲୀଠାରେ ପଶ୍ଚିମ ଏସିଆର ସାଂପ୍ରତିକ ସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶୋଧନାଗାର ଗୁଡ଼ିକରେ ଘରୋଇ ଏଲ୍‍ପିଜି ଉତ୍ପାଦନ ହାର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି ।

ବ୍ୟବସାୟିକ ଏଲ୍‍ପିଜି ସିଲିଣ୍ଡର ବର୍ତ୍ତମାନ ରାଜ୍ୟ ସରକାରମାନଙ୍କ ନିକଟରେ ଉପଲବ୍ଧ ରହିଛି ଏବଂ ଏହାକୁ ଗ୍ରାହକମାନଙ୍କୁ ବିତରଣ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ସେହିଭଳି ଘରୋଇ ପିଏନ୍‍ଜି ଏବଂ ସିଏନ୍‍ଜି ଇନ୍ଧନ ଯୋଗାଣ ମଧ୍ୟ ସୁନିଶ୍ଚିତ କରାଯାଇଛି । ଏଥିଲାଗି ସରକାରଙ୍କ ନିର୍ଦ୍ଦେଶାବଳୀକୁ ଠିକ୍‍ ରୂପେ ପାଳନ କରିବା ଲାଗି ସମସ୍ତ ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିରେ ଅବହେଳା ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୪୮ ହଜାର କିଲୋଲିଟର କିରୋସିନି ଯୋଗାଇ ଦିଆଯାଇଛି ବୋଲି ଯୁଗ୍ମ ସଚିବ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)