ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ନୂଆ ନିୟମ; ଅଧିକାରୀମାନଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ଦିଆନଯିବା ନେଇ ନିଷ୍ପତ୍ତି।

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ଶିକ୍ଷକ ଏବଂ ଅନ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ଓଡ଼ିଶା ସରକାର ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଅନୁଯାୟୀ, ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଅଧିକାରୀ ମାନଙ୍କୁ ଯେତେ ଦୂର ସମ୍ଭବ ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ। ଜିଲ୍ଲା କ୍ୟାଡର ଅଧିକାରୀ କିମ୍ବା କର୍ମଚାରୀ ଏକ ସ୍ଥାନରେ ଅତି କମରେ ୩ ବର୍ଷ ରହିବା ପରେ ବଦଳି ପାଇଁ ଯୋଗ୍ୟ ହେବେ ଏବଂ ୬ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ। ଯେଉଁ ଅଧିକାରୀ ଚାକିରିର ୫ ବର୍ଷ ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କାମ କରିଥିବେ, ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ।

ଅନ୍ୟପକ୍ଷରେ, ୧୦ ବର୍ଷ ଅନ୍ୟ ଜିଲ୍ଲାରେ କାମ କରିଥିବା ଅଧିକାରୀମାନେ ଏହି ଜିଲ୍ଲାଗୁଡ଼ିକରେ ନିଯୁକ୍ତ ହେବେ। ସ୍ବାମୀ-ସ୍ତ୍ରୀ ଉଭୟ ସରକାରୀ କର୍ମଚାରୀ ହୋଇଥିଲେ ସେମାନଙ୍କୁ ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ। ଅବସର ପୂର୍ବରୁ ୨ ବର୍ଷ ବାକି ଥିବା ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନ ଜାଗାରେ ରଖାଯାଇପାରିବ କିମ୍ବା ନିଜ ଜିଲ୍ଲାକୁ ବଦଳି କରାଯାଇପାରିବ। ଏକ କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)