ରାଜ୍ୟରେ ହିଟ୍ ୱେଭ୍ ସାଙ୍ଗକୁ ଝଡ଼ବର୍ଷାର ପୂର୍ବାନୁମାନ; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ବଢ଼ିବାରେ ଲାଗିଛି ଖରାର ପ୍ରକୋପ । ଆଗକୁ ଭୟଙ୍କର ତାତି ହେବା ନେଇ ଅନୁମାନ କରାଯାଉଛି । ଆସନ୍ତା ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି । ବିଶେଷ ଭାବରେ ଏଇ ଦୁଇ ଚାରି ଦିନ ହେବ ଖୋର୍ଦ୍ଧାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଶନିବାର ଝାରସୁଗୁଡ଼ା ଓ ହୀରାଦୁଦରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ଆଜି ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିପାଇଁ ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସମ୍ବଲପୁରରେ ୩୯.୯, ସୁନ୍ଦରଗଡ଼ରେ ୩୯.୫, ରାଉରକେଲା ଓ ବରଗଡ଼ରେ ୩୮.୮, ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୩୮.୫ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ୩୪.୨ ଓ କଟକରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା । ଅଧିକାଂଶ ସ୍ଥାନରେ ମଧ୍ୟାହ୍ନରେ ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା ।

ଅନ୍ୟପଟେ ଖରା ତାତି ଭିତରେ ଝଡ଼ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୫ରୁ ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି । ୧୬ ତାରିଖରେ ଅଧିକ ରହିବ ଝଡ଼ବର୍ଷାର ପ୍ରଭାବ । ଏଥିପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)