ଆଜି ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ; କାଲିଠୁ ରାଜ୍ୟରେ କମିବ ତାତି ।

ଅକ୍ଷର ବ୍ୟୁରୋ: କାଲିଠୁ ରାଜ୍ୟରେ ବଦଳିବ ପାଗ । ଝଡ଼ବର୍ଷା ପ୍ରଭାବରେ କମିବ ତାତି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ଆଜି ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଆସନ୍ତାକାଲି ପାଇଁ ରାୟଗଡ଼ା, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ଓ ୧୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ୧୯ ଜିଲ୍ଲାକୁ ଝଡ଼ବର୍ଷା ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ ଓ ୟେଲୋ ସତର୍କତା ଦିଆଯାଇଥିବା ଜିଲ୍ଲାରେ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ । ଆଗକୁ ବର୍ଷା ଥିବାରୁ ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୩-୫ ଡିଗ୍ରୀ ହ୍ରାସ ପାଇପାରେ ବୋଲି କହିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଏବେ ଉପରମୁହାଁ ପାରଦ । ୪୦ ଡିଗ୍ରୀ ପାର କରୁଛି ଦିନ ତାପମାତ୍ରା । ଗତକାଲି ୪୦ ଛୁଇଁଥିଲା ୩ ସହରରେ ତାତି । ୪୦.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ଝାରସୁଗୁଡ଼ାରେ ୪୦.୨, ଟିଟିଲାଗଡ଼ରେ ୪୦ ଓ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ଆଜି ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)