ଛାତ୍ର ସଂସଦ ନିର୍ବାଚନ ନେଇ ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ।

ଅକ୍ଷର ବ୍ୟୁରୋ: କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ନେଇ ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି କି । ଏହାର କାରଣ କଣ, ଛାତ୍ର ସଂସଦ ନିର୍ବାଚନ ଦ୍ବାରା ରାଜନୀତିରେ ନୂତନ ପିଢ଼ିଙ୍କୁ ସୁଯୋଗ ମିଳୁଥିଲା କି, ବୋଲି ପ୍ରଶ୍ନ କରିଥିଲେ ବିଧାୟକ ତାରା ବାହିନୀପତି ।

ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ବନ୍ଦ ହୋଇନି ଛାତ୍ର ସଂସଦ ନିର୍ବାଚନ । ହେଲେ ୨୦୧୯ରୁ କୌଣସି ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ହୋଇନି । ବିଜେପି ସରକାର ଆସିବାର ଦୁଇ ବର୍ଷ ପରେ ବି ଏହି ନିର୍ବାଚନ ହୋଇ ପାରିନି । ହେଲେ ଆଜି ସରକାର ଗୃହରେ ଲିଖିତ ଭାବେ ସ୍ୱୀକାର କରିଛନ୍ତି ଯେ ଛାତ୍ର ସଂସଦ ନନିର୍ବାଚନ ବନ୍ଦ ହୋଇନି । ନିର୍ବାଚନ କରିବାକୁ ସରକାର ସକାରାତ୍ମକ ଅଛନ୍ତି । ଏ ଦିଗରେ ବିଚାର ବିମର୍ଶ ଚାଲିଥିବା ନେଇ ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)