ଇ-ଚାଲାଣକୁ ନେଇ ଆଇନ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଅକ୍ଷର ବ୍ୟୁରୋ: ଇ-ଚାଲାଣକୁ ନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଯାଞ୍ଚ ଏବଂ ସରକାରଙ୍କୁ ସୁପାରିଶ କରିବା ପାଇଁ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୨୪ ତାରିଖ ଅପରାହ୍ନ ୩ଟାରେ ଲୋକସେବା ଭବନରେ ବସିବ ବୈଠକ । ବହୁ ସଂଖ୍ୟକ ଇ-ଚାଲାଣ ଯାହା ନିର୍ଦ୍ଧାରିତ ସମୟ ମଧ୍ୟରେ RTO ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସ୍ତରରେ ଫଇସଲା କରାଯାଇପାରିଲା ନାହିଁ, ସେଗୁଡ଼ିକୁ କୋର୍ଟକୁ ପଠାଯାଇଛି । ଏପରି ଅଧିକାଂଶ ମାମଲାରେ, କୋର୍ଟ ଦ୍ୱାରା ବିଚାର କରାଯାଇ ନାହିଁ ।

ଏନେଇ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ଗଠନ ହୋଇଥିଲା କମିଟି । ଆସନ୍ତାକାଲି ବସିବାକୁ ଥିବା ବୈଠକରେ କୋର୍ଟରେ ବିଚାରଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର ନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର। କଟାଯାଇଥିବା ଇ-ଚାଲାଣକୁ ପୁର୍ନବାର ଆରଟିଓ ଓ ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ଫଇସଲା କରିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)