ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ; କାହିଁକି ଏଇ ରେଡ୍ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଅକ୍ଷର ବ୍ୟୁରୋ: ବିଜେଡି ନେତାଙ୍କ ଘରେ ଆୟକର ବିଭାଗର ଚଢାଉ । ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ି ନେତା ତଥା ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ ଘରେ ଚଢାଉ । ଆଜି ସକାଳୁ କୋମନା ସ୍ଥିତ ବାସଭବନରେ ଆୟକର ବିଭାଗ ଚଢାଉ କରିଛି । ମନୋଜ ପୂର୍ବରୁ କୋମନା ବ୍ଲକ୍ର ଅଧ୍ୟକ୍ଷ ସହ ନୂଆପଡ଼ା ଜିଲ୍ଲା ସଭାପତି ଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ୍‌ର ପ୍ରମୂଖ ଦାବିଦାର ଥିଲେ ମନୋଜ । ଏବେ ଯାଏଁ ଚଢ଼ାଉ ଚାଲିଥିବା ବେଳେ କାହିଁକି ଏଇ ରେଡ୍ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)