ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ । ଆଜି ସକାଳ ୬ ରୁ ଆସନ୍ତାକାଲି ସକାଳ ୬ ଯାଏ ଇଣ୍ଟରନେଟ ସେବା ବନ୍ଦ । ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଞ୍ଚଳ, ଧାମନଗର ବ୍ଲକ ଓ NAC ଅଞ୍ଚଳରେ ଇଣ୍ଟର ନେଟ୍ ସେବା ବନ୍ଦ ରହିବ । ଗୋ ସେବକଙ୍କ ମୃତ୍ୟୁ ପରେ ଏଭଳି ନିଷ୍ପତି ନିଆଯାଇଛି । ସାମ୍ଭାବ୍ୟ ଆଇନ ଶୃଙ୍ଖଲା ପରିସ୍ଥିତିକୁ ମୁକାବିଲା ପାଇଁ ଭଦ୍ରକ, ତିହିଡି ଏବଂ ଧାମନଗର ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ମୁତାବକ, ଗତ ୩୦ ତାରିଖରେ ତିହିଡି ଵ୍ଲକ କଷଟିରେ ଦୁଇ ଗୋଷ୍ଠୀ ବିବାଦ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ପରିଡା ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୨.୪୫ରେ ମୃତ୍ୟୁ ହୋଇଥିଲା। ପରେ ପୋଲିସ ବଡ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ପରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।












Leave a Reply