ତୃତୀୟ ଦିନରେ ବି ଆୟକର ବିଭାଗ ଚଢ଼ାଉ ଜାରି; ବାସଭବନ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଛାନଭିନ୍।

ତୃତୀୟ ଦିନରେ ବି ଆୟକର ବିଭାଗର ଚଢ଼ାଉ ଜାରି, ବାସଭବନ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଛାନଭିନ୍ କରୁଛି ବିଭାଗ। ନବଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଆଜି ଚଢ଼ାଉ କରାଯାଇଛି । ଆଜି ତୃତୀୟ ଦିନରେ ବି ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଓ ଦିଲ୍ଲୀରେ ଟିମ କରୁଛନ୍ତି ଚଢ଼ାଉ । ମିସନ ରୋଡ ସ୍ଥିତ ଟ୍ରାନ୍ସପୋର୍ଟ ଅଫିସ, ବାସଭବନ, ହସ୍ପିଟାଲ ଛକ ସ୍ଥିତ ଚାଲାଣ ଅଫିସ, ମସନୀକାନି ସ୍ଥିତ ଅଫିସରେ ଚଢ଼ାଉ ଜାରି ରଖିଛି ଆଇଟି । 

କୋଇଲା ଟ୍ରାନ୍ସପୋଟରେ ଆୟକର ଠକେଇକୁ ନେଇ ଚାଲିଛି ଚଢ଼ାଉ । ସଞ୍ଜୟ ନନ୍ଦଙ୍କ ମିସନରୋଡ଼ ସ୍ଥିତ ଅଫିସରେ ଆଜି ବି ଚଢ଼ାଉ କରୁଛି ଆୟକର ବିଭାଗ । କୋଇଲା ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରାଯାଉଛି । ଆଜିଠୁ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ଅଫିସରେ ଆୟକର ବିଭାଗ ରେଡ଼ କରିଥିବା ବେଳେ ଏବେ ପୁଣି ହଠାତ ଚଢ଼ାଉ କରାଯାଇଛି । କୁହାଯାଉଛି ନବଙ୍କ ପୁଅର ବେନାମୀ କମ୍ପାନୀରେ ରହିଛି ସଞ୍ଜୟଙ୍କ ଅନେକ କାରବାର । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)