ବେଆଇନ୍‌ ବାଲି ଚୋରାଚାଲାଣ ନେଇ ବାଲି ମାଫିଆଙ୍କୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି ।

ଅକ୍ଷର ବ୍ୟୁରୋ: ସାରା ରାଜ୍ୟରେ ନଦୀପଠାରେ ଚାଲିଛି ମାଫିଆ ରାଜ୍‌ । ଦିନ ରାତି ବୁହା ଚାଲିଛି ବାଲି । ଜଗତସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନରୁ ବେଆଇନ୍‌ ଭାବେ ବାଲି ଚୋରାଚାଲାଣ ହେଉଛି । ଜଗତସିଂହପୁର ଜିଲ୍ଲାର ଅଢଙ୍ଗ ମଜୁରାଇ ଗାଁରେ ଗଛିତ ଥିବା ଦୁଇଶହ ଟ୍ରିପ ଚୋରା ବାଲି ଜବତ ହେବା ଘଟଣାରେ ଜନୈକ ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । 

ଆସନ୍ତା ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ନପାରିଲେ ସମସ୍ତ ବାଲି ପ୍ରଶାସନ ପକ୍ଷରୁ ନିଲାମ କରିଦିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ୫ ତାରିଖ ରାତିରେ ଅଢଙ୍ଗ ମଜୁରାଇ ଗାଁରେ ଗଚ୍ଛିତ ଥିବା ବାଲିକୁ ଜବତ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବାଲିଘାଟରେ ବେଆଇନ୍‌ ଭାବରେ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ କେତେକ ସ୍ଥାନରେ ବାଲି ଗଛିତ ରଖି ଚଢ଼ା ଦରରେ ବିକ୍ରି କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)