ଅକ୍ଷର ବ୍ୟୁରୋ: ଜାନୁଆରୀ ୨୭ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭ ମେଳା । ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ମଇଦାନକୁ ଓହ୍ଲାଇବେ ୧୪ ଯାତ୍ରା ପାର୍ଟି । ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଉଛି । ଏହାରି ଭିତରେ ଖଣ୍ଡଗିରି ଯାତ୍ରା ପାଇଁ ଏସଓପି ଆଣିଛି ବିଏମସି । ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି । ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମସିର ସ୍ଵତନ୍ତ୍ର ସ୍କୁଆଡ । ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ଆକ୍ସନ ନିଆଯିବ । ବିଏମସି ପାର୍କିଂ ବାହାରେ ପାର୍କିଂ କଲେ ଗାଡ଼ି ଉଠେଇ ନେବା ସହ ଗାଡ଼ି ମାଲିକଙ୍କୁ ୧୨ ଶହ ଟଙ୍କା ଫାଇନ ହେବ । ଏପରିକି ସାନିଟାରୀକୁ ଗୁରୁତ୍ଵ ଦେବେ ଯାତ୍ରା କମିଟି । ଯାତ୍ରା କଳାକାର ଓ କମିଟି ସଭ୍ୟଙ୍କ ପାଇଁ ହେବ ସ୍ଵତନ୍ତ୍ର ପାର୍କିଂ ପ୍ଲେସ । ସେନେଇ କମିଟି ଜାଗା ନିରୂପଣ କରିବେ । ଏନେଇ ଦକ୍ଷିଣ ପୂର୍ବ ଜେଡିସି ସୂଚନା ଦେଇଛନ୍ତି । ଖଣ୍ଡଗିରି ଯାତ୍ରା କମିଟି ସହିତ ଆଲୋଚନା ପରେ ଏସଓପି ଜାରି ହୋଇଛି ।
ଜାନୁଆରୀ ୨୭ରୁ ଖଣ୍ଡଗିରି କୁମ୍ଭ ମେଳା; ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ।












Leave a Reply