କେନ୍ଦୁଝରରୁ ମିଳିଲା ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କ ମୃତଦେହ; ପୁଲିସ ଅଭିଯୁକ୍ତକୁ ନେଇ କଲା କ୍ରାଇମ୍‌ସିନ୍ ରିକ୍ରିଏସନ୍ ।

ମହିଳା ଟ୍ରାଫିକ କନେଷ୍ଟବଳ ହତ୍ୟା ମାମଲାରେ କ୍ରାଇମ୍‌ସିନ୍ ରିକ୍ରିଏସନ୍ ହେଉଥିବା ବେଳେ ଏବେ ମାଟିରୁ ବାହାରିଲା ଶୁଭମିତ୍ରାଙ୍କ ମୃତଦେହ । ଜେସିବି ସାହାଯ୍ୟରେ ଖୋଳା ଯାଇଥିଲା ମାଟି । ମାଟି ଖୋଳି ବାହାର କରାଗଲା ମୃତଦେହ । ଶବ କେଉଁଠି ପୋତିଛି ଦେଖାଇଥିଲା ଅଭିଯୁକ୍ତ ଦୀପକ । ସିମେଣ୍ଟ୍ ଅଖାରେ ବନ୍ଧା ହୋଇଥିବା ମୃତଦେହ ଉଦ୍ଧାର କଲା ପୁଲିସ । ତେବେ ଶୁଭମିତ୍ରାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଥିଲା ପୁଲିସ । ଗିରଫ ଅଭିଯୁକ୍ତ ଦୀପକ ରାଉତକୁ ଭୁବନେଶ୍ବରରୁ କେନ୍ଦୁଝର ନିଆଯାଇଥିଲା । ପ୍ରଥମେ ଘଟଗାଁ ଥାନାକୁ ନିଆଯିବା ପରେ କ୍ରାଇମ୍‌ସ୍ପଟ୍‌କୁ ନେଇଥିଲା ପୁଲିସ ।

ସୂଚନା ଅନୁସାରେ, ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିିଥିଲା । ତଦନ୍ତ ସମୟରେ କନେଷ୍ଟବଳଙ୍କ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ ଦୀପକ ବାବଦରେ ଜାଣିବାକୁ ପାଇଥିଲା । ଦୀପକକୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟି ତଳେ ପୋତି ଦେଇଥିବା ନେଇ ପୁଲିସ ଆଗରେ ସତ ମାନିଥିଲା ଦୀପକ ରାଉତ । ଭୁବନେଶ୍ବରରେ ଏକ କାର୍ ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ଆଉ ତା’ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା ଦୀପକ । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ, ବର୍ତ୍ତମାନ ମାଟି ତଳୁ ମିଳିଛି ଶୁଭମିତ୍ରାଙ୍କ ମୃତଦେହ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)