ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହେଲେ। ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ରଥାରୂଢ଼ ହେଲେ ଶ୍ରୀଜଗନ୍ନାଥ। ଶୂନ୍ୟ ପହଣ୍ଡିରେ ସୁଦର୍ଶନ, ଧାଡ଼ି ପହଣ୍ଡିରେ ଆସିଲେ ୩ ଠାକୁର । ନନ୍ଦିଘୋଷ, ତାଳଧ୍ବଜ, ଦର୍ପଦଳନ ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି । ଶଙ୍ଖ, ଘଣ୍ଟ, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ । ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ଭାବବିହ୍ୱଳ ହେଲେ ଭକ୍ତ । ଭକ୍ତଙ୍କ ଆନନ୍ଦର ସୀମା କହିଲେ ନସରେ । କିଏ ଖୁସିରେ ନାଚୁଛି ତ କିଏ କାନ୍ଦୁଛି । ଅପୂର୍ବ ଶୋଭାକୁ ଦେଖି ଉତଫୁଲିତ ବିଶ୍ୱ । ଏହି ଦୃଶ୍ୟକୁ ଦେଖିବା ପାଇଁ କାଇଁ କେତେ ଦିନରୁ ଅପେକ୍ଷା କରିଥାଏ ଭକ୍ତଟିଏ । ସେଥିପାଇଁ କାହିଁ କେତେ ଦୂରରୁ ଦୌଡି ଆସିଛନ୍ତି ଭକ୍ତ ପ୍ରଭୁଙ୍କୁ ରଥରେ ଦେଖିବା ପାଇଁ ।
ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି; ଘଣ୍ଟ,ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ ।












Leave a Reply