ଏପ୍ରିଲରେ ହେବ ମଦ ଦୋକାନମାନଙ୍କ ପାଇଁ ଲଟେରି; ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ମଦ ଦୋକାନ ପାଇଁ ଏପ୍ରିଲରେ ହେବ ଲଟେରି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ହେବ ଏହି ଲଟେରି । ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରି ମଧ୍ୟ କରାଯିବ । ପୂରା ପ୍ରକ୍ରିୟାକୁ ସ୍ୱଚ୍ଛ କରାଯିବ । ଯେଉଁ ଦୋକାନ ଗତଥର ଲଟେରି ପାଇଥିଲେ, ମାର୍ଚ୍ଚ ୩୧ରେ ସେ ଗୁଡିକର ସମୟସୀମା ସରୁଛି । ତେବେ ସେମାନଙ୍କୁ ଆଉ ଦୁଇ ମାସ ଅଧିକ ମିଳିବ । ତିନି ଷ୍ଟାର ହୋଟେଲରେ ବାରର ପ୍ରାବଧନ ଥିବାରୁ ଅନ୍‌ ସପ୍‌ ଅନୁମତି ମିଳିବ । ହେଲେ ନୂଆ ମଦ ଦୋକାନ ଖୋଲିବ ନାହିଁ । ଯେତିକି ଅଫ ସପ ଥିଲା, ସେ ସବୁର ଏମଜିଇଆର ସ୍ଥିର ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)