୨୫ରେ ପୁଣି ଏକ ଲଘୁଚାପ କ୍ଷେତ୍ର; ଆସନ୍ତା ୨୫ରୁ ୩୦ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ।

ଏଥର ବର୍ଷାରେ ଭିଜବ ପାର୍ବଣ । ୨୫ରେ ପୁଣି ଏକ ଲଘୁଚାପ କ୍ଷେତ୍ର। ଓଡ଼ିଶା ଉପରେ ସକ୍ରିୟ ରହୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଓଡ଼ିଶାରେ ଲାଗି ରହିବ ବର୍ଷା । ଆସନ୍ତା ୨୫, ୨୬ ତାରିଖ ଆଡକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତାହା ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ୨୬ ତାରିଖରୁ ପାଗରେ ପରିବର୍ତ୍ତନ ହେବ । ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ପଡିବ । ୨୯ ତାରିଖରେ ଅବପାତଟି ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ । ୩୦ ତାରିଖ ପରେ ପାଗ ଶୁଖିଲା ରହିବ। ଆଜି ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ପାଇଁ ୨୦ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)