ଯୁଦ୍ଧ ପ୍ରଭାବରେ ପୁଣି ବଢ଼ିଲା LPG କମର୍ସିଆଲ ଦର; ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି ।

ଅକ୍ଷର ବ୍ୟୁରୋ: ଯୁଦ୍ଧ ଭିତରେ ପୁଣି ବଢ଼ିଲା LPG କମର୍ସିଆଲ ଦର । ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ PSU IOC, HPCL, ଏବଂ BPCL ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନିଗୁଡ଼ିକ ବୁଧବାର ବାଣିଜ୍ୟିକ ଏଲପିଜି (୧୯ କିଲୋଗ୍ରାମ) ସିଲିଣ୍ଡରର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି । ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ମାର୍ଚ୍ଚ ୭ ତାରିଖରେ ସେମାନଙ୍କର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଭୁବନେଶ୍ୱରରେ ୧୯ କେଜି ସିଲିଣ୍ଡର ପିଛା ଦର ୨୦୧୯ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)